ମିସ୍ ଅାମେରିକା ପ୍ରତିଯୋଗିତାର ଢାଞ୍ଚା ବଦଳିଲା: ସୌନ୍ଦର୍ଯ୍ୟ ନୁହେଁ, ବ୍ୟକ୍ତିତ୍ୱ ହେବ ମାପକାଠି

ଆଟଲାଣ୍ଟିକ ସିଟି: ଅାମେରିକାର ମିସ୍ ଅାମେରିକା ପ୍ରତିଯୋଗିତାରେ ଏବେ ନିଅା ଯାଇଛି ଏକ ଐତିହାସିକ ନିଷ୍ପତ୍ତି । ଏବେ ସୁନ୍ଦର ଚେହେରା ବଦଳରେ ସୁନ୍ଦର ବ୍ୟକ୍ତିତ୍ୱ ଦେଖି ମିସ ଅାମେରିକା ବଛାଯିବ। ଚଳିତ ବର୍ଷ ସେପଟେମ୍ବରରୁ ଅାରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ନୂଅା ନିୟମ ଲାଗୁ କରାଯିବ। ଏଣିକି ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ମହିଳାମାନଙ୍କୁ ସୁଇମ୍ ସୁଟ୍ ପିନ୍ଧିବା ଅାବଶ୍ୟକ ନାହିଁ । ପୂର୍ବତନ ମିସ ଅାମେରିକା ତଥା ସଂସ୍ଥାର ବୋର୍ଡ଼ ଅଫ୍ ଟ୍ରଷ୍ଟି ଗ୍ରେଟଚେନ୍ କାର୍ଲସନ ଟ୍ୱିଟ ଯୋଗେ ଏ କଥା ଘୋଷଣା କରିଛନ୍ତି ।
ମିସ ଅାମେରିକା ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କ ସୌନ୍ଦର୍ଯ୍ୟ ଉପରେ ସମସ୍ତଙ୍କ ନଜର ଥାଏ । କିନ୍ତୁ, ଅନେକ ବର୍ଷର ଏହି ପୁରୁଣା ଢାଞ୍ଚା ଏବେ ବଦଳିବାକୁ ଯାଉଛି । ପ୍ରତିଯୋଗିତା ଅାୟୋଜକ ସଂସ୍ଥା ଏହି ନୂଅା ନିୟମ କରି କହିଛି ଯେ ଏଣିକି ପ୍ରତିଯୋଗୀମାନଙ୍କର ରୂପ ,ରଙ୍ଗ ନୁହେଁ କେବଳ ବୁଦ୍ଧି ଓ ବ୍ୟକ୍ତିତ୍ୱ ଦେଖି ନିଷ୍ପତ୍ତି ନିଅାଯିବ। ସଂସ୍ଥାର ବୋର୍ଡ଼ ଅଫ୍ ଟ୍ରଷ୍ଟି ଗ୍ରେଟଚେନ୍ କାଲର୍ସନ ଏ କଥା କହିଛନ୍ତି ।

 

୧୦୦ ବର୍ଷ ଅାଗରୁ ଅାରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଏକ ଇ ମେଲ ସ୍କାଣ୍ଡାଲ ଯୋଗୁଁ ବଦଳି ଯାଇଛି । ପ୍ରତିଯୋଗିତାର ତିନି ଜଣ ବିଚାରକ ପ୍ରଥମେ ବଛା ଯାଇଥିବା ପ୍ରତିଯୋଗୀଙ୍କୁ ଅପମାନଜନକ ଓ ଖରାପ କଥା ଲେଖି ମେଲ୍ କରିଥିଲେ। ଏହାର ଖୁଲାସା ହେବା ପରେ ସସ୍ଥାର ଉକ୍ତ ବିଚାରକଙ୍କୁ ଅନ୍ତର କରାଯାଇ ତାଙ୍କ ସ୍ଥାନରେ କେବଳ ମହିଳା ବିଚାରକଙ୍କୁ ନିଅାଯାଇଛି।
ବୋର୍ଡ଼ ଅଫ୍ ଟ୍ରଷ୍ଟି କାର୍ଲସନଙ୍କ କହିବା କଥା ଏହା ଏକ ପ୍ରତିଯୋଗିତା । ଏଥିରେ କେବଳ ମହିଳାମାନଙ୍କର ସୌନ୍ଦର୍ଯ୍ୟକୁ ଅାଧାର କରି କୌଣସି ନିଷ୍ପତ୍ତି ନିଅାଯାଇପାରିବ ନାହିଁ । ତେବେ ଏହି ନିଷ୍ପତ୍ତିକୁ ନାପସନ୍ଦ କରି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି କିଛି ପ୍ରତିଯୋଗୀ । ସେମାନଙ୍କ କହିବା କଥା ସୁନ୍ଦରୀ ହେବାକୁ ତାଙ୍କୁ ବେଶ୍ କିଛି ପରିଶ୍ରମ ଓ ତ୍ୟାଗ କରିବାକୁ ପଡ଼ିଛି। ଯଦି ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦିଅାନ ଯାଏ ତେବେ ଏହା ଅାଉ ସୁନ୍ଦରୀ ପ୍ରତିଯୋଗିତା କଣ ? ଜଣେ ପ୍ରତିଯୋଗୀ ମିସ ଇଲିନୋଏସ ମେଗାନ୍ ନୋବେଲ କହିଛନ୍ତି ଯେ ଢାଞ୍ଚା ବଦଳିଗଲେ ପ୍ରତିଯୋଗିତାର ଲୋକପ୍ରିୟତା କମିଯିବ। ମିସ୍ ଅାମେରିକା ପ୍ରତିଯୋଗତା ତାଙ୍କ ପାଇଁ ଏକ ମିଶନ ଥିଲା ଓ ଖାସ୍ ସେଥିପାଇଁ ସେ ଏକ୍ସରସାଇଜ୍ ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like