ଏଟିଏମ୍ରୁ ଟଙ୍କା ଲୁଟ୍
ଜଗତସିଂହପୁର : ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ। ଜଗତସିଂହପୁର ତିର୍ତ୍ତୋଲ ଥାନା ସହରାହାଟ ନିକଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମ୍ରୁ ଲୁଟ୍ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏନେଇ ମାମଲା ରୁଜୁ କରିଛି। ଏଟିଏମ୍ରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବ୍ୟାଙ୍କ ମ୍ୟାନେଜର କହିଥିବା ବେଳେ ପୋଲିସ ଖୋଳତାଡ଼ ଜାରି ରଖିଛି।
ଜଗତସିଂହପୁର ଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।