୨ଟି ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍
ବାଲେଶ୍ୱର: ବାଲେଶ୍ୱରରେ ଚାଞ୍ଚଲ୍ୟ। ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମ୍ରେ କଳାକନା ବୁଲାଇଲେ ଲୁଟେରା। ସହର ମଝିରେ ଥିବା ଦୁଇଟି SBI ଏଟିଏମ୍ରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ।
ସୁନହଟ ଛକରେ ଥିବା ଏଟିଏମ୍ରୁ ୨୬ ଲକ୍ଷ ଏବଂ ଆଇଟିଆଇ ଛକ ନିକଟ ଏଟିଏମ୍ରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି।
ଦୁଇଟି ଏଟିଏମ୍କୁ ଗ୍ୟାସ୍ କଟରରେ କାଟି ଲୁଟେରା ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ ପରେ ସଂପୃକ୍ତ ଏଟିଏମ୍ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି, କିଛି ଦୁର୍ବୃତ୍ତ ନମ୍ବର ବିହୀନ ବୋଲେରୋରେ ଆସି ଏଟିଏମ୍ରୁ ଲୁଟ୍ କରିଛନ୍ତି।