ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ବୋମାମାଡ଼

ଢେଙ୍କାନାଳ  : ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଅଭିଯୋଗ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଛନ୍ତି। ତେବେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ନବୀନ ନନ୍ଦ।

ନବୀନ ଆଜି ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ଢେଙ୍କାନାଳ ସଦର ବ୍ଲକ୍  ଅଞ୍ଚଳରେ ସ୍ୱାଭିମାନ ସୁରକ୍ଷା ରାଲି କରୁଥିଲେ। ରାଲି କାରୁଲିଆ ଗାଁ ନୂଆ ଠାକୁରପାଟଣା ଆସୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ବୋମାମାଡ଼ରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯାଇଛି। ଏହି ଘଟଣାକୁ ନେଇ ଟ୍ୱିଟ୍‌ କରିଛନ୍ତି ନବୀନ ନନ୍ଦ।

ଘଟଣା ସମ୍ପର୍କରେ ନବୀନ ଗଁଦିଆ ଥାନାରେ ଅଭିଯୋଗ କରିଛନ୍ତି। ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇ ଥାଇପାରେ ବୋଲି ସେ କହିଛନ୍ତି।ସେପଟେ ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ହୋଇଥିବା ବୋମା ମାଡ଼ ଘଟଣାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନିନ୍ଦା କରିଛନ୍ତି।

ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ରାଜନୈତିକ ହିଂସା ଦେଖି ଖରାପ ଲାଗୁଛି ବୋଲି ବୈଜୟନ୍ତ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

 

You might also like