ବନ୍ଦ କୋଠରୀରେ ୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ନୀଳଗିରି: ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ପ୍ରଧାନଶିକ୍ଷକ ବିରୋଧରେ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ନିଜଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି।

୩ ଜଣ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ, ସେ ତିନି ଜଣ ଛାତ୍ରୀଙ୍କୁ ବନ୍ଦ କୋଠରୀରେ ମୋବାଇଲ୍‌ରେ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ କରିଥିଲେ।

ଏହା ଜଣାପଡ଼ିବା ପରେ ଆଜି ଅଭିଭାବକ ଓ ସ୍ଥାନୀୟ ଲୋକେ ପ୍ରଧାନଶିକ୍ଷକଙ୍କୁ ସ୍କୁଲ୍‌ରେ ଘେରାଉ କରିଥିଲେ। ଏଥିପାଇଁ କିଛି ସମୟ ଧରି ସ୍କୁଲ୍‌ରେ ଉତ୍ତେଜନା ମଧ୍ୟ ଲାଗି ରହିଥିଲା। ପରେ ପୁଲିସ୍ ଆସି ତାଙ୍କୁ ନେଇ ଯାଇଥିଲା।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।

You might also like