ପୂର୍ବତନ ବିଧାୟକଙ୍କ ନାଁରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ଦେବେନ୍ଦ୍ର ଓ ତାଙ୍କର ଡ୍ରାଇଭର ରିଙ୍କୁ ସାହୁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।

ସୋମବାର ବିଳମ୍ବିତ ରାତିରେ ଦେବେନ୍ଦ୍ର ଓ ରିଙ୍କୁ ସଦର ଥାନା ଅନ୍ତର୍ଗତ ଗୌଡପଡ଼ାରେ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ସହ ଅସଦାଚରଣ କରିବା ସହ ତାଙ୍କ ମାଆଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି।

ଯୁବତୀଙ୍କ ମାଆଙ୍କ କହିବା ଅନୁସାରେ, ‘ଦେବେନ୍ଦ୍ର ତାଙ୍କ ଘରେ ପହଞ୍ଚି ତାଙ୍କ ଝିଅ ତାଙ୍କ ସହ କାହିଁକି କଥା ହେଉନି ବୋଲି କହିବା ସହ ମୁଁ ତାକୁ ବାହା ହେବି ବୋଲି କହିଥିଲେ’। ଏହି କଥାକୁ ଯୁବତୀଙ୍କ ମାଆ ଏବଂ ଉକ୍ତ ଯୁବତୀ ଜଣକ ବିରୋଧ କରିବାରୁ ସେମାନଙ୍କୁ ମାରପିଟ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ, ସଦର ଥାନା ପୋଲିସ ଦେବେନ୍ଦ୍ର ଏବଂ ରିଙ୍କୁ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଜଣାପଡ଼ିଲେ ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କନ୍ଧମାଳ ଜିଲ୍ଲାର ଅତିରିକ୍ତ ଏସ୍‌ପି କହିଛନ୍ତି।

You might also like