ଆତ୍ମହତ୍ୟା କରିବାକୁ ଟ୍ରେନ୍ ଆଗରେ ଶୋଇଲେ, ତା’ ପରେ …..

ବୁରହାନପୁର: ଏଠାରେ ଏମିତି ଏକ ଘଟଣା ଘଟିଛି ଯାହା ଅବିଶ୍ୱସନୀୟ ହେଲେ ବି ସତ୍ୟ । ମାନସିକ ବିଷାଦରେ ଥିବା ଜଣେ ମହିଳା ଆତ୍ମହତ୍ୟା କହିବାକୁ ନିଜର ଦେଢ଼ ମାସର ଛୁଆକୁ ଧରି ଟ୍ରେନ୍ ଟ୍ରାକ୍‌ରେ ଶୋଇପଡିଲେ । ଦ୍ରୁତ ଗତିରେ ଟ୍ରେନ୍‌ ଆସି ତାଙ୍କ ଉପର ଦେଇ ଚାଲିଗଲା ।  ନା ମା’ ନା’  ଛୁଆ ଦୁହିଁଙ୍କୁ ଟିକେ ହେଲେ ବି କ୍ଷତ ହେଲା ନାହିଁ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।

ଘଟଣାଟି ଘଟିଛି ମଧ୍ୟପ୍ରଦେଶର ବୁରହାନପୁର ନିକଟ ନେପାନଗର ଷ୍ଟେସନ୍ ଅଞ୍ଚଳରେ । ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସରୁ ମହିଳା ଜଣଙ୍କ ନେପାନଗରରେ ଓହ୍ଲାଇଥିଲେ ଗତ ଶନିବାର ଦିନ ସାଢ଼େ ୧୧ଟା ବେଳେ ।  ସେହି ଷ୍ଟେସନ୍‌ ଦେଇ ପୁଷ୍ପକ ଏକ୍ସପ୍ରେସ ଆସିବାର କିଛି କ୍ଷଣ ପୂର୍ବରୁ ସେ ତାଙ୍କର ଦେଢ଼ ମାସର ଛୁଆକୁ ଧରି ଟ୍ରେନ୍ ଟ୍ରାକ୍‌ରେ ଶୋଇପଡ଼ିଥଲେ। ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ସୁଯୋଗ ନ ଥିଲା । ହଠାତ୍ ୧୦୦କିମି ବେଗରେ ଆସୁଥିବା ପୁଷ୍ପକ ଏକ୍ସପ୍ରେସ ଦୁହିଁଙ୍କ ଉପର ଦେଇ ଚାଲିଯାଇଥଲା ।

ତା ପରେ ଯାହା ହେଲା ସେଠାରେ ଥବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥଲେ । ଦୁହିଁଙ୍କର ଟିକେ ହେଲେ କ୍ଷତି ହୋଇ ନଥିଲା । ତବସୁମ ନାମକ ଏହି ମହିଳା ଜଣଙ୍କ ଆଲହାବାଦରୁ ମୁମ୍ବାଇ ଯାଉଥିଲେ।  ତାଙ୍କ କହିବା ଅନୂଯାଇ ତାଙ୍କ ସାବତ ମା’ ଜଣେ ବିବାହିତ ଲୋକ ସହ ତାଙ୍କର ବାହାଘର କରି ଦେଇଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ଅନେକ ନିର୍ଯାତନା ଦେଉଥିଲେ ଓ କିଛି ଦିନ ପରେ ଛାଡପତ୍ର ମଧ୍ୟ ଦେଇଥିଲେ । ସେବେଠାରୁ ସେ ଅନେକ ଚିନ୍ତାରେ ରହୁଥିଲେ । ପୁଅ ଜନ୍ମ ହେବାର ଦୁଇ ମାସ ପୂର୍ବରୁ ମଧ୍ୟ  ଆତ୍ମହତ୍ୟା ଉଦ୍ୟମ କରିଥଲେ ବୋଲି କହିଛନ୍ତି ।

ମହିଳା ଜଣଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ସଟ୍ ଷ୍ଟେ ହୋମ୍‌ରେ ରଖାଯାଇଛି । ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି ।

 

You might also like