ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକ ଉଦ୍ଧାର
ରାଉରକେଲା : ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକଙ୍କୁ ଉଦ୍ଧାର କଲା ରାଉରକେଲା ରେଳବାଇ ପୁଲିସ ଓ ରେଳ ସୁରକ୍ଷା ବଳ। ଟାଟା ଅାଲେପି ଏକ୍ସପ୍ରେସରେ ଏମାନଙ୍କୁ ତାମିଲନାଡ଼ୁ ଚାଲାଣ କରାଯାଉଥିଲା।
ଓଡ଼ିଶା-ଝାଡ଼ଖଣ୍ଡ ସୀମା ମନୋହରପୁର ଓ ଚକ୍ରଧରପୁର ଅଞ୍ଚଳର ଦଲାଲ ଏମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତାମିଲନାଡୁ ଚାଲାଣ କରୁଥିବା ଖବର ପୁଲିସ୍ ପାଇବା ପରେ ଏମାନଙ୍କୁ ଉଦ୍ଧାର କରିଛି । ଏନେଇ ଜିଅାରପି ଏକ ମାମଲା ରୁଜୁ କରି ୨ ଦଲାଲଙ୍କୁ ଅଟକ ରଖି ତଦନ୍ତ କରୁଛି।