ପୁଣି ନାବାଳିକାକୁ ଅସଦାଚରଣ ଅଭିଯୋଗ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପୁଣି ନାବାଳିକାକୁ ଅସଦାଚରଣ ଅଭିଯୋଗ। ତେଲିଆଗଞ୍ଜ ଗାଁରେ ଜଣେ ନାବାଳିକାକୁ ଅଶ୍ଳୀଳ ଭିଡିଓ ଦେଖାଇ କାଜିମହଲା ଗାଁର ଶେଖ୍ ଟିଙ୍କୁ ନାମକ ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ଘରେ କେହି ନଥିବାବେଳେ ଅସଦାଚରଣ କରିବାକୁ ଉଦ୍ୟମ କରୁଥିବାବେଳେ ନାବାଳିକା ଜଣକ ଚିତ୍କାର କରିଥିଲେ। ଏହା ଶୁଣି ଗାଁଲୋକେ ସେଠାରେ ପହଞ୍ଚିବାରୁ ଟିଙ୍କୁ ଫେରାର୍ ହୋଇଯାଇଥିଲା। ଏନେଇ ସୋର ଥାନାରେ ନାବାଳିକାଙ୍କ ମାଆ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।