ଥମୁନି ଲଜ୍ଜା: ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ

କେନ୍ଦ୍ରାପଡ଼ା: ଥମିବାର ନାଁ ନେଉନି ଲଜ୍ଜା। ରାଜ୍ୟରେ ପୁଣି ଆଉ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।

ତେବେ ଦୁଷ୍କର୍ମକାରୀ ଖୋଦ୍ ପରିବାର ସଦସ୍ୟ ହୋଇଥିବା ନେଇ ଜଘନ୍ୟ ଅଭିଯୋଗ ଆଣିଛନ୍ତି ପୀଡ଼ିତା।

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକାଙ୍କୁ ତାଙ୍କ ଦାଦା ଏବଂ ବଡ଼ବାପା ପୁଅ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଗତ ୧ ବର୍ଷ ଧରି ତାଙ୍କୁ ଉଭୟ ଅଭିଯୁକ୍ତ ନିର୍ଯାତନା ଦେଇ ଆସୁଥିଲେ। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇ ଆସୁଥିଲେ।

ତେବେ ପୀଡ଼ିତା ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକେ ଏହା ଜାଣି ପାରିଥିଲେ। ଫଳରେ ଏନେଇ ଥାନାରେ ଦ୍ୱାରସ୍ତ ହେବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି ହୋଇଛି।

You might also like