ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା : କାଜୁ ଜଙ୍ଗଲରୁ ମୃତଦେହ ଉଦ୍ଧାର

ଜଗତସିଂହପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା। ଜଗତସିଂହପୁର ଜିଲ୍ଲା ଏରସମାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଏରସମାର ଗଡ଼ ହରିଶପୁର ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ।

ସୂଚନା ଅନୁସାରେ, ଗତ ରାତିରେ ଶୌଚ ପାଇଁ ଯାଇଥିଲେ ନାବାଳିକା ଜଣକ।  ଏହି ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଟେକି ନେଇଥିବା ସନ୍ଦେହ କରାଯାଉଛି। ତା ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ କରୁଛି।

ଦେଖନ୍ତୁ ଏହି ଭିଡ଼ିଓ-

You might also like