ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୟାଗଡ଼ : ନୟାଗଡ଼ରେ ପୁଣି ଲଜ୍ଜା। ରଣପୁର ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଗାଁ ନିକଟ କାଜୁ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବାବେଳେ ତାରିଆ ଗାଁର ଅଭିଯୁକ୍ତ କାଠିଆ ନାୟକ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏନେଇ ଗତକାଲି ପୀଡିତାଙ୍କ ପରିବାର ପକ୍ଷରୁ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ ହୋଇଛି। ଆଜି ନୟାଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି।

ତେବେ ରଣପୁର ପୋଲିସ୍ ଘଟଣାରେ ଦୁଷ୍କର୍ମ ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତ କାଠିଆ ନାୟକ ଫେରାର୍ ଥିବା ପୋଲିସ୍ ସୂଚନା ଦେଇଛି।

You might also like