ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଅଭିଯୋଗ : ପୀଡ଼ିତା ଗର୍ଭବତୀ ଥିବା ସୂଚନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଏବଂ ଗର୍ଭବତୀ କରାଇ ଅଭିଯୁକ୍ତ ଫେରାର। ଅଭିଯୁକ୍ତର ନାଁ ସରୋଜ ମଲ୍ଲିକ ଏବଂ ସେ ବିବାହିତ ବୋଲି ଜଣାପଡ଼ିଛି।

ସଂପୃକ୍ତ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲା। ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ବର୍ତ୍ତମାନ ସଂପୃକ୍ତ ପୀଡ଼ିତା ୫ ମାସର ଗର୍ଭବତୀ ଥିବାବେଳେ ଚାଇଲଡ୍ ଲାଇନ ଖବର ପାଇବା ପରେ ନାବାଳିକାଙ୍କୁ ଉଦ୍ଧାର କରିଛି।

ସେପଟେ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

You might also like