ଯାଆଁଳା ସନ୍ତାନର ମାଆ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା
ସୁନ୍ଦରଗଡ଼ : ଦୁଷ୍କର୍ମ ବ୍ୟାଧି କେତେ ଭୟଙ୍କର ତା’ର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଖେଳବୁଲ ବୟସରେ ଗର୍ଭବତୀ ହୋଇ ଗୋଟିଏ ନୁହେଁ ଦୁଇ ଦୁଇଟି ସନ୍ତାନର ଜନନୀ ହୋଇଛି ଜଣେ ନାବାଳିକା। ସଂପର୍କୀୟ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ।
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେବା ପରେ ନାବାଳିକାର ଅବସ୍ଥା ଗୁରୁତର ହୋଇଛି। ଏହା ପରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରା ପଡ଼ିନାହିଁ। ଘଟଣା ଜଣାପଡ଼ିବା ଦିନରୁ ପୀଡ଼ିତାଙ୍କୁ ସର୍ଟ ଷ୍ଟେ ହୋମ୍ରେ ରଖାଯାଇଥିଲା। ତାଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯିବା ସହିତ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।
ତେବେ ଏତେ କମ୍ ବୟସରେ ମାଆ ହୋଇଥିବାରୁ ଶିଶୁଙ୍କ ସହିତ ସେ କିପରି ନିଜର ଯତ୍ନ ନେବେ, ତାକୁ ନେଇ ପ୍ରଶ୍ନ ଉଠିଛି।