ପୁଣି ନାବାଳିକାଙ୍କୁ ଅସଦାଚରଣ

ଜଗତସିଂହପୁର/ ବାଲେଶ୍ୱର : ଜଗତସିଂହପୁରରେ ପୁଣି ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ତିର୍ତ୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି।

କାଲି ଅପରାହ୍ଣରେ ନବମ ଶ୍ରେଣୀ ଛାତ୍ରୀଜଣକ ଟିଉସନ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଉଠାଇ ନେଇ ନିଛାଟିଆ ବାଉଁଶ ବଣରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ପୀଡ଼ିତା ଜଣକ କୌଣସି ପ୍ରକାରେ ଖସି ଆସି ଘରେ ଏ ସମ୍ପର୍କରେ ଜଣାଇଥିଲେ  ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲସି ୩ ଯୁବକଙ୍କୁ ଅଟକ ରଖିଛି।

ସେପଟେ ବାଲେଶ୍ୱର ନୀଳଗିରି ଅଞ୍ଚଳର ବାଉଁଶବଣିଆ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଗାଁ ଗାଁ ବୁଲି ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଜଣେ ଫେରିବାଲା ନାବାଳିକା ଜଣଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଅଭିଯୁକ୍ତ ଜିଆ ଉଲ୍ ଶେଖ୍ ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖିଛି ପୋଲିସ। ମାମଲାର ତଦନ୍ତ କରୁଛି ନୀଳଗିରି ପୋଲିସ।

You might also like