ପୁଣି ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା

ସମ୍ବଲପୁର: ପୁଣି ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା। ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହି  ୧୫ ବର୍ଷୀୟା ନାବାଳିକାଙ୍କ ସହ ଗତ ୨ ତାରିଖରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଗତକାଲି ଘରେ କେହି ନ ଥିବା ବେଳେ ନାବାଳିକା ଜଣକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହି ଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।

You might also like