ବାପା ସାମ୍ନାରୁ ଝିଅକୁ ଟେକିନେଇ ଗଣଦୁଷ୍କର୍ମ!

କନ୍ଧମାଳ: ବାପା ସାମ୍ନାରୁ ଝିଅକୁ ଟେକିନେଇ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲାରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଦାରିଙ୍ଗିବାଡ଼ିରୁ ପର୍ତ୍ତମାହା ଦେଇ ଘରକୁ ଫେରିବା ବେଳେ ସଂପୃକ୍ତ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ନାବାଳିକା ଜଣକ ଜାତିଗତ ପ୍ରମାଣପତ୍ର ପାଇଁ ଦାରିଙ୍ଗବାଡ଼ି ଯାଇ ବାପାଙ୍କ ସହ ଫେରୁଥିଲେ। ତେବେ ଜଙ୍ଗଲୀ ରାସ୍ତା ଦେଇ ଚାଲି ଚାଲି ଯିବା ସମୟରେ ୨ ନାବାଳକ ତାଙ୍କୁ ଟେକିନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଏହାପରେ ସଂପୃକ୍ତ ନାବାଳିକାଙ୍କ ବାପା ନିକଟସ୍ଥ ଗ୍ରାମବାସୀଙ୍କୁ ଡାକିବା ସହ ଝିଅକୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଗାଁ ଲୋକେ ପହଞ୍ଚିବା କ୍ଷଣି ଘଟଣାସ୍ଥଳରୁ ୨ ନାବାଳକ ଫେରାର୍ ହୋଇଯାଇଥିଲେ ବୋଲି ସୂଚନା ମିଳିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ଫୁଲବାଣୀ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।

You might also like