ବିଳମ୍ବରେ ଘରକୁ ଫେରିବାରୁ ଝିଅକୁ ସାବତ ମାଆର ଚେଙ୍କ
ବ୍ରହ୍ମପୁର : ବିଳମ୍ବରେ ଘରକୁ ଫେରିବାରୁ ଝିଅକୁ ସାବତ ମାଆର ଚେଙ୍କ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଆଙ୍କୁଲି କୁମ୍ଭାରପଲ୍ଲୀ ଅଞ୍ଚଳରୁ। ଏପରିକି ଝିଅକୁ ଚେଙ୍କ ଦେଇ ସାବତ ମାଆ ପଡ଼ୋଶୀଙ୍କ ଘରେ ବନ୍ଦ କରି ରଖିଥିବା ଅଭିଯୋଗ ମଧ୍ୟ ହୋଇଛି।
ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ଘଟଣାରେ ସାବତ ମାଆ ସହ ପଡ଼ୋଶୀର ୫ ଜଣ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସେପଟେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ଅତିରିକ୍ତ ଏସପି କହିଛନ୍ତି।
ଦେଖନ୍ତୁ ଏହି ଭିଡ଼ିଓ-