ଚଳନ୍ତା ଟ୍ରେନରୁ ଖସି ୨ ନାବାଳକ ଗୁରୁତର
ରାୟଗଡା : ଚଳନ୍ତା ଟ୍ରେନରୁ ଠେଲି ଦେଲା ଦୁର୍ବୃତ୍ତ। ପଡିଯାଇ ୨ଜଣ ନାବାଳକ ଗୁରୁତର। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲେଲିଗୁମ୍ମା ନିକଟରେ ଘଟିଛି ଏହି ଘଟଣା।
ଗୁରୁତର ଦୁଇ ଜଣ ହେଲେ ଟିକିରି ଥାନା ଡାବୁଡା ଗାଁର ସନ୍ତୋଷ ନାୟକ ଓ ଲୋଚନ ନାୟକ। ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଦୁହେଁ କୋରାପୁଟ-ବିଶାଖାପାଟଣା ଟ୍ରେନ୍ରେ ଟିକିରିରୁ ଲେଲିଗୁମ୍ମା ଯାଉଥିବା ବେଳେ କେହି ସେମାନଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି।
ତେବେ କିଏ ଓ କାହିଁକି ଦୁଇ ଜଣଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଇଛି ତାହା ଜଣାପଡି ନାହିଁ।