ଘରୁ ଟାଣି ଆଣି ଦଳି ଦେଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜ ଆମରୁଡ଼ି ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ବେଳେ ୬ ରୁ ୭ଟି ହାତୀ ଗାଁର ଦେବେନ୍ଦ୍ର ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲେ। ଏପରିକି ଘରେ ଶୋଇଥିବା ତାଙ୍କ ୧୦ ବର୍ଷର ପୁଅକୁ ହାତୀ ଟାଣି ଆଣି ମାରି ଦେଇଥିଲା।

ଖବର ପାଇ ଲହୁଣିପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

ଗତ କିଛିଦିନ ତଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟାକଟା ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ମାଆ ଓ ୫ ମାସର ଭଉଣୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

You might also like