ଅପମାନ ସହିନପାରି ଆତ୍ମହତ୍ୟା!

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀ ହୁଡ଼ାରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅପମାନ ସହି ନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ନାବାଳକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ଭୁବନ ଅଞ୍ଚଳର ଜଣେ ନାବାଳକ ଏକ ଜଳଖିଆ ଦୋକାନକୁ ଯାଇଥିଲେ। ସେଠାରେ ସେ ଚୋରି କରିଥିବା କହି କେହି ଜଣେ ତାଙ୍କ ଭିଡିଓ ମୋବାଇଲ୍‌ରେ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ। ଏହି ଘଟଣାର କିଛି ସମୟ ପରେ ଗାଁ ପାଖ ପୋଖରୀ ହୁଡ଼ାରୁ ମୁମୂର୍ଷୁ ଅବସ୍ଥାରେ ନବାଳକଙ୍କ ମୃତଦେହକୁ ପରିବାର ଲୋକେ ଉଦ୍ଧାର କରିଥିଲେ। ସେଠାରୁ ଘରକୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ସୁରପ୍ରତାପପୁର ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

You might also like