ଡଙ୍ଗାର ଅବସ୍ଥା ଭଲ ନଥିଲା, ପାଣି ଗଳୁ ଥିଲା : ପରିବହନ ମନ୍ତ୍ରୀ
ଚିଲିକା : ଚିଲିକାରେ ଡଙ୍ଗାବୁଡ଼ି ୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ପବନ ସହ ଡଙ୍ଗା ଓ ଡଙ୍ଗା ମାଲିକକୁ ଦୋଷ ଦେଇଛନ୍ତି ମନ୍ତ୍ରୀ ନୃସିଂହ ସାହୁ। ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ଅବସ୍ଥା ଭଲ ନଥିଲା, ପାଣି ଗଳୁ ଥିଲା ବୋଲି ସ୍ୱୀକାର କରିଛନ୍ତି ମନ୍ତ୍ରୀ। ଏଥିସହ ଡଙ୍ଗା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
ତେବେ ଡଙ୍ଗା ବୁଡ଼ିବା ନେଇ ଝଡ଼ ବି ଏକ କାରଣ ବୋଲି କହିଛନ୍ତି ମନ୍ତ୍ରୀ। ଲାଇଫ ଜ୍ୟାକେଟ ବ୍ୟବହାର ନେଇ ଏଣିକି ସର୍ଭେୟର ରହିବେ। ସର୍ଭେୟରମାନେ ଲାଇଫ୍ ଜ୍ୟାକେଟ ବ୍ୟବହାର ପରଖିବେ।
ସେହିପରି ଏଣିକି ଚିଲିକାରେ ଥିବା ଡଙ୍ଗା ଗୁଡ଼ିକରେ ଜିପିଏସ୍ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ତଦନ୍ତ ରିପୋର୍ଟ ପାଇବା ପରେ ମନ୍ତ୍ରୀ ନୃସିଂହ ସାହୁ ଏହି ମନ୍ତବ୍ୟ ରଖିଛନ୍ତି। କେବଳ ପବନକୁ ଦୋଷ ଦେଇ କାଲି ତଦନ୍ତ ରିପୋର୍ଟ ଦିଆଯାଇଥିଲା।