ପଞ୍ଚାୟତିରାଜ ଦିବସ ଅବସରରେ ଟ୍ୱିନସିଟିରେ ମିନି ମାରାଥନ୍

ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ୱର ଓ କଟକରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା  ଭୁବନେଶ୍ୱରରେ ମାରାଥନକୁ ଶୁଭାରମ୍ଭ କରିଛନ୍ତି।

ଏହି ମିନିମାରାଥନ୍ ଫରେଷ୍ଟପାର୍କରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା। ଏପଟେ କଟକରେ ଭେଟେରାନ୍ ସ୍ପୋର୍ଟସ ପର୍ସନ ସଂଗଠନ ପକ୍ଷରୁ ମିନିମାରାଥନ ଆୟୋଜିତ ହୋଇଥିଲା।

ଆନନ୍ଦଭବନରୁ ଏହି ମାରାଥନ ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।  ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଶୁଭାରମ୍ଭ କରିଥିଲେ।

You might also like