ଶ୍ରୀନଗର: ଜାମୁ ଓ କାଶ୍ମୀରର ବଡଗାମ୍‌ରେ ସେନାର ଏନ୍‌କାଉଣ୍ଟର ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀ ନିହତ ହୋଇଛି। ଏଥିରେ ଜଣେ ସ୍ଥାନୀୟ ମହିଳା ଆହତ ମଧ୍ୟ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ବଡଗାମ ଜିଲ୍ଲାର ବୀରୱାହ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାବଳ ଏବଂ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।

ପୋଲିସ୍ ସୂଚନା ମିଳିବା ପରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ଘର ଭିତରୁ ସେନା ଉପରକୁ ଗୁଳିମାଡ଼ କରିଥିଲା। ଯାହାର କଡ଼ା ଜବାବ ଦେଇଥିଲେ ଯବାନ। ଏଥିରେ  ସନ୍ଦିଗ୍ଧ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର ଓ ଗୋଳା ବାରୁଦ ଜବତ ହୋଇଛି। ଗତ କିଛି ଦିନ ତଳେ କୁପୱାଡାରେ ସେନା ସହ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ହୋଇଥିଲା। ଯେଉଁଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୫ ଜଣ ଯବାନ ସହିଦ ହୋଇଥିଲେ ।

Other Stories