ଡାକ ବିଭାଗର ଏହି ସ୍କିମ୍ ସଂପର୍କରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗରେ ବିଭିନ୍ନ ପ୍ରକାର ଡିପୋଜିଟ୍ ସ୍କିମ୍ ରହିଛି । ସେଭିଂ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସଡ୍ ବା ମିଆଦି ଜମା ପର୍ଯ୍ୟନ୍ତ ବହୁତ ସ୍କିମ୍ ରହିଛି, ଯେଉଁଥିରେ ଲାଭଜନକ ରିଟର୍ଣ୍ଣ ମିଳିଥାଏ । ଯଦି ଆପଣ ଚାହୁଁଛନ୍ତି ଏଭଳି ଏକ ସ୍କିମ ଯେଉଁଥିରେ ପ୍ରତି ମାସରେ ଇନକମ୍ ହେବ ତାହେଲେ ସେମିତି ଏକ ସ୍କିମ ହେଉଛି ଏମଆଇସି ।

ଆସନ୍ତୁ ଜାଣିବା ଏହି ସ୍କିମ୍ ସମ୍ପର୍କରେ
  • ପୋଷ୍ଟ ଅଫିସ ମନ୍ଥଲି୍ ଇନକମ୍ ସ୍କିମ୍ ଆକାଉଣ୍ଟ (ଏମଆଇସି)ରେ ନିବେଶ କରିବାକୁ ଚାହୁଁଥିଲେ ଡାକଘରେ ଆପଣଙ୍କୁ ଖାତା ଖୋଲିବାକୁ ହେବ 
  • ଏହି ଯୋଜନାରେ ୭.୩ ପ୍ରତିଶତ ସୁଧ ମିଳିପାରିବ 
  • ଏମଆଇସି ଖାତା ଯେକୌଣସି ବ୍ୟକ୍ତି ଖୋଲିପାରିବେ
  • ଏହି ଖାତା ନଗଦ କିମ୍ବା ଚେକ୍ ଆକାରରେ ଖୋଲାଯାଇ ପାରିବ
  • ଏହି ଖାତାରେ ନୋମିନି ରଖିବାର ସୁବିଧା ମଧ୍ୟ ଉପଲବ୍ଧ ରହିଛି
  • ଖାତାକୁ ଗୋଟିଏ ଡାକଘରୁ ଅନ୍ୟ ଡାକଘରକୁ ଟ୍ରାନ୍ସଫର କରିବାର ସୁବିଧା ମଧ୍ୟ ରହିଛି
  • ଏଥିରେ ଜଣେ କିମ୍ବା ଦୁଇଜଣ ମିଶି ଯୁଗ୍ମ ଆକାଉଣ୍ଟ ଖୋଲିପାରିବେ
  • ବ୍ୟକ୍ତିଗତ ଆକାଉଣ୍ଟକୁ ମଧ୍ୟ ଯୁଗ୍ମ ଆକାଉଣ୍ଟକୁ ବଦଳାଯାଇ ପାରିବ
  • ଏହି ଖାତାର ମ୍ୟାଚୁରିଟି ପିରିୟଡ ୫ ବର୍ଷ ହୋଇଥାଏ
  • ଗୋଟିଏ ବର୍ଷ ପରେ ଆଂଶିକ ଟଙ୍କା ଉଠାଇ ପାରିବେ
  • ଏହି ଖାତା ଅତି କମ୍‌ରେ ୧୫୦୦ ଟଙ୍କା ଜମାରୁ ଆରମ୍ଭ ହୋଇ ପାରିବ
  • ବ୍ୟକ୍ତିଗତ ଆକାଉଣ୍ଟରେ ସର୍ବାଧିକ ଜମା ପରିମାଣ ୪.୫ ଲକ୍ଷ ଥିବାବେଳେ ଯୁଗ୍ମ ଆକାଉଣ୍ଟରେ ୯ ଲକ୍ଷ500
କେମିତି ହେବ ମାସିକ ଆୟ ?
ଡାକଘରେ ଏହି ସ୍କିମ୍‌ରେ ବାର୍ଷିକ ୭.୩ % ହାରରେ ସୁଧ ଦିଆଯାଇଥାଏ । ଏହି ବାର୍ଷିକ ସୁଧକୁ ବାର ମାସରେ ବାଣ୍ଟିଦିଆଯାଏ, ଯାହାକି ଆପଣ ସେହି ସୁଧକୁ ମାସିକ ଆକାରରେ ପାଇପାରିବେ। ଧରି ନିଅନ୍ତୁ ଆପଣ ୪.୫ ଲକ୍ଷ ଟଙ୍କା ଜମା ରଖିଛନ୍ତି । ତାହେଲେ ଆପଣଙ୍କ ବାର୍ଷିକ ସୁଧର ପରିମାଣ ୩୨୮୫୦ ଟଙ୍କା ହେଉଛି । ଅର୍ଥାତ୍ ଆପଣଙ୍କୁ ପ୍ରତି ମାସ ୨୭୩୭.୫ ଟଙ୍କା ସୁଧ ମିଳିପାରିବ ।
You might also like