ଭୁବନେଶ୍ୱର : ଆସନ୍ତା ୨୯ ଏବଂ ୩୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବ। ଏଥିପାଇଁ ରାଜ୍ୟରେ ହିଟ୍ ୱେଭ୍ କଣ୍ଡିସନ୍ ଜାରି କରାଯାଇଛି। ଏହାପରେ ୩୦ତାରିଖରୁ ୧ ତାରିଖ ଭିତରେ ଏକ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ତେଣୁ ଆଗକୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏଭଳି  ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୁଳ ଓଡିଶାରେ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର  ରହିବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଓଡିଶା ସମେତ ଉପକୂଳ ଓଡିଶାରେ କାଳବୈଶାଖୀ ଜନିତ ବୃଷ୍ଟିପାତ ହେବ ବୋଲି ବିଭାଗ ସୂଚନା ଦେଇଛି।  ପୁନର୍ବାର ୫ ତାରିଖ ପରଠାରୁ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Other Stories