ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଓଡିଶାରେ ପ୍ରବଳ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ରାଜ୍ୟବ୍ୟାପୀ ଲାଗିରହିଛି ବର୍ଷା।  ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଓଡ଼ିଶାର ଉପରି ଭାଗରେ ଘୂର୍ଣ୍ଣିବଳୟ ସହ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ରାଜଧାନୀରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ସେହିପରି କଟକରେ ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏପଟେ ବର୍ଷା ଯୋଗୁ ଗତକାଲି ଭଳି ଆଜି ମଧ୍ୟ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରର ପାଣି ଜମି ରହିଥିବାରୁ ପର୍ଯ୍ୟଟକ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।  ଆଣ୍ଠୁଏ ପାଣିରେ ପଶି ବୁଲୁଛନ୍ତି ପର୍ଯ୍ୟଟକ। ପାଣି ନିଷ୍କାସନ ପାଇଁ ୨ଟି ମୋଟର ଲାଗିଥିବା ବେଳେ ସେଥିରୁ ଗୋଟିଏ ଅଚଳ ହୋଇପଡିଛି।

You might also like