ପିଲା ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିର୍ଧୂମ ପିଟିଲେ ଲୋକେ

ଢ଼େଙ୍କାନାଳ: ରାଜ୍ୟରେ ଥମୁନି ପିଲା ଚୋର ଗୁଜବ।  ପିଲା ଚୋର ସନ୍ଦେହରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ଗାଁ ଲୋକେ ପୋଲିସ ଜିମା ଦେଇଥିବା ଜଣାପଡ଼ିଛି।

ଢ଼େଙ୍କାନାଳ ଜିଲ୍ଲା କଣ୍ଟାପାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସକାଳ ୧୦ଟା ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଗାଁରେ ବୁଲୁଥିବାବେଳେ କିଛି ଲୋକ ତାଙ୍କୁ ପିଲା ଚୋର ଭାବି ଗୋଡ଼ାଇ ଧରିବା ସହ ମାଡ଼ ମାରି ଥିଲେ।

ଏହି ଘଟଣାରେ ପୋଲିସର ତଦନ୍ତ ପରେ ଜଣା ପଡିଲା ଯେ, ଝାଟିକିପଶି ଗାଁର ସେହି ବ୍ୟକ୍ତି ଜଣକର ମୁଣ୍ଡ ଠିକ୍‌ରେ କାମ କରୁନି। ପରେ ପୋଲିସ୍‌ ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ତାଙ୍କ ଜିମା ଦେଇଥିଲେ।

You might also like