ମଦ ପରଷିବ କ୍ରୀଡ଼ା ବିଭାଗ !

ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅତିଥିମାନଙ୍କୁ ମଦ ଓ ବିୟର ସୁବିଧା ଦେବା ଲାଗି ଅବକାରୀ କମିଶନରଙ୍କ ଅନୁମତି ଲୋଡ଼ିଛି କ୍ରୀଡ଼ା ବିଭାଗ।

ଏନେଇ କ୍ରୀଡ଼ା ସଚିବ ଅବକାରୀ କମିଶନରଙ୍କୁ ଏକ ଚିଠି ଲେଖିଛନ୍ତି। କଳିଙ୍ଗ ଷ୍ଚାଡିଅମର ଭିଆଇପି ଲାଉଞ୍ଜରେ ଉପସ୍ଥିତ ଥିବା ଇଣ୍ଟରନ୍ୟାସନାଲ ହକି ଫେଡ଼େରେସନ୍‌ ଓ ହକି ଫେଡ଼େରେସନ୍‌ର ଅଧିକାରୀ ଓ ପ୍ରତିନିଧିମାନଙ୍କୁ  ମଦ ଓ ବିୟର ଯୋଗାଇ ଦିଆଯିବ।

ଏଥିପାଇଁ ନଭେମ୍ବର ୨୭ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କ୍ରୀଡ଼ା ବିଭାଗକୁ ମଦ ଲାଇସେନ୍ସ ଦେବାକୁ ସେ ଚିଠିରେ ଦର୍ଶାଇଛନ୍ତି।  କଳିଙ୍ଗ ଷ୍ଟାଡିଅମରେ ନଭେମ୍ବର ୨୮ରୁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହକିର ଏହି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି।

You might also like