ପିଲାଚୋର ଭାବି ନିର୍ଧୂମ ପିଟିଲେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପିଲାଚୋର ଆତଙ୍କ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ବିଭିନ୍ନ ଅଞ୍ଚଳରେ ଉଠିଥିବା ପିଲା ଚୋରି ଅଭିଯୋଗ ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ସେମାନଙ୍କ ସମ୍ପର୍କରେ ତଦନ୍ତ କରୁଛି।

ତେବେ କୌଣସି ଅଟକ ଥିବା ବ୍ୟକ୍ତି କୌଣସି ଗ୍ୟାଙ୍ଗ୍ ସହ ସଂପୃକ୍ତ ନ ଥିବା ରାୟଗଡ଼ା ଏସ୍‌ପି କହିଛନ୍ତି। ଗତକାଲି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ବାହାରୁ ଆସିଥିବା ପିଲାଚୋର ଗ୍ୟାଙ୍ଗ୍ ପିଲା ଚୋରି କରୁଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଏହାକୁ ନେଇ ଲୋକେ ଆତଙ୍କିତ ହେବା ସହ ୫ରୁ ୬ ଜଣ ସନ୍ଦିଗ୍ଧଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୋଲିସର ଜିମା ଦେଇଥିଲେ।

ଗତକାଲି ସକାଳେ ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଏବଂ ସହର ଉପକଣ୍ଠ ରାଣୀଗୁଡ଼ା ଫାର୍ମ ଅଞ୍ଚଳରୁ ୨ ଜଣ ସନ୍ଦିଗ୍ଧଙ୍କୁ ଧରି ଲୋକେ ପୋଲିସର ଜିମା ଦେଇଥିଲେ। ଏ ନେଇ ରାୟଗଡ଼ା ଥାନାରେ ୨ଟି ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ପିଲା ଚୋରି ନେଇ କୌଣସି ଗୁଜବ ପ୍ରଚାର ନ କରିବା ଲାଗି ରାୟଗଡ଼ା ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି।

You might also like