ଗଡ଼ିଲା MEMU ଟ୍ରେନ୍‌

ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ (Mainline Engine Multiple Unit) ଟ୍ରେନ୍‌ ଚଳାଚଳ। ବ୍ରହ୍ମପୁରରୁ କଟକ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ଫାଷ୍ଟ ପାସେଞ୍ଜର ବଦଳରେ ଏଣିକି ମେମୁ ଟ୍ରେନ୍ ଚାଲିବ।

ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡ଼ି ୧୧ଟା ୩୦ରେ କଟକରେ ଏହି ଟ୍ରେନ୍‌ ପହଞ୍ଚିବ।  ସୋମବାରରୁ ଶନିବାର ସପ୍ତାହକୁ ୬ ଦିନ ବ୍ରହ୍ମପୁର ଓ କଟକ ମଧ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ମେମୁ ଟ୍ରେନ୍‌। ଶନିବାର ବ୍ରହ୍ମପୁରରୁ ଖୋର୍ଦ୍ଧା ଏବଂ ରବିବାର ଖୋର୍ଦ୍ଧା ଓ ବ୍ରହ୍ମପୁର ମଧ୍ୟରେ ମେମୁ ସ୍ପେସାଲ ଟ୍ରେନ୍‌ ଚଳାଚଳ କରିବ।

ଜାଣନ୍ତୁ ମେମୁ ସ୍ପେଶାଲ ଟ୍ରେନ୍‌ ସମ୍ପର୍କରେ କିଛି…

  • ଯାତ୍ରୀ ଭିଡ଼ ଏଡାଇବା ଲକ୍ଷ୍ୟରେ ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି।
  • ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ନୂତନ ଟ୍ରେନ୍‌ରେ ୧୨ଟି ମେମୁ କୋଚ୍‌ ରହିଛି।
  • ଏହି ଟ୍ରେନ୍‌ରେ ବଗି ଗୁଡ଼ିକରେ ଯାତ୍ରୀଙ୍କ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା କରାଯାଇଛି। ସେହିଭଳି ଉତ୍ତମ ଶୌଚାଳୟର ବ୍ୟବସ୍ଥା ମଧ୍ୟ ଏହି ଟ୍ରେନ୍‌ରେ ରହିଛି।
  • ଏହି ଟ୍ରେନ୍‌ରେ ଇଞ୍ଜିନ୍ ବଦଳାଇବାକୁ ପଡି ନ ଥାଏ ଓ ଏହା ଦ୍ରୁତ ଗତିରେ ଚାଲିଥାଏ।

You might also like