ମେଡିକାଲ କଲେଜର ଭିତ୍ତିଭୂମି ତଦାରଖ କଲେ MCI ଟିମ୍

ବଲାଙ୍ଗିର : ବଲାଙ୍ଗିର ଗସ୍ତରେ MCI ଟିମ୍। ଆଗରୁ ଏମ୍.ସି.ଆଇର ଏକ ଟିମ୍‌ ଆସି ମେଡିକାଲ କଲେଜ ଏବଂ ମେଡିକାଲ କଲେଜ ହସ୍ପିଟାଲର ଭିତ୍ତିଭୂମି ତଦାରଖ କରି ଯାଇଥିଲେ। ଆଜି ଆଉ ଏକ ତିନିଜଣିଆ ଏମ୍.ସି.ଆଇ ଟିମ୍‌ ବଲାଙ୍ଗିରକୁ ଆସି ଭିତ୍ତିଭୂମିର ତଦାରଖ କରୁଛନ୍ତି।

ଦିଲ୍ଲୀରୁ ଆସିଥିବା ଏହି ଟିମ୍‌ର ତିନିଜଣ ହେଉଛନ୍ତି ଡାକ୍ତର ନନ୍ଦରାଜ,ଡାକ୍ତର କମଳ ଏବଂ ଡାକ୍ତର ଗଙ୍ଗାଧର। ଆଜି ଟିମ୍ ବଲାଙ୍ଗିର ପହଞ୍ଚିବା ପରେ ପ୍ରଥମେ ମେଡିକାଲ କଲେଜ ହସପିଟାଲରେ ବ୍ୟବହାର କରାଯାଉଥିବା ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ତିନିଜଣ ଯାକ ତିନୋଟି ଟିମ୍‌ରେ ଭାଗ ହୋଇ, ହସିପିଟାଲର କାଉଣ୍ଟର ଠୁ ଆରମ୍ଭ କରି ବିଭିନ୍ନ ୱାର୍ଡ, ଆଉଟଡୋର ବୁଲି ଦେଖିଥିଲେ। ଏହା ପରେ ଏମ୍.ସି.ଆଇ ଟିମ୍‌ ମେଡିକାଲ କଲେଜକୁ ଯାଇ ବିଭିନ୍ନ କ୍ଳାସରୁମ୍‌, ଲ୍ୟାବରୋଟାରୀ, ଅଡିଟୋରିଅମ ବୁଲି ଦେଖିଥିଲେ।

ଏମ୍.ସି.ଆଇ ଟିମକୁ ସହଯୋଗ କରିଥିଲେ ବଲାଙ୍ଗିର ମେଡିକାଲ କଲେଜର ଡିନ ଲଲିତ କୁମାର ମେହେର ଏବଂ ସି.ଡି.ଏମ୍.ଓ ସୁଜ୍ଞାନେନ୍ଦ୍ର ମିଶ୍ର। ମେଡିକାଲ କଲେଜ ପରିସରରେ ପ୍ରଫେସର ଏବଂ ଆସୋସିଏଟ୍‌ ପ୍ରଫେସର ସହିତ କଲେଜର ବିଭିନ୍ନ ଷ୍ଟାଫ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ଏମ୍.ସି.ଆଇ ଟିମର ସଦସ୍ୟ। ଏହି ଏମ୍.ସି.ଆଇ ଟିମ୍‌ର ଚୁଡାନ୍ତ ରିପୋର୍ଟ ଉପରେ ମେଡିକାଲ କଲେଜର ନାମଲେଖା ହେବ କି ନାହିଁ ତାହା ଜଣାପଡ଼ବ।

You might also like