• translate
Odishatv Bureau

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଗରୁଡ଼ବସା ଗାଁରେ ଗତ ୧୫ ତାରିଖରେ ଘଟିଥିବା ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସର ଚାର୍ଜସିଟ। ମାତ୍ର ୧୭ ଦିନ ଭିତରେ ପୋଲିସ ଚାର୍ଜସିଟ କରି ଅଭିଯୁକ୍ତକୁ ଦଣ୍ଡ ଦେବାପାଇଁ  ଏକ ବଡ ପଦକ୍ଷେପ ନେଇଛି। ସାମ୍ବାଦିକ ସମ୍ମିଳନୀ କରି ମୟୁରଭଂଜ ଏସପି ଏହି ସୂଚନା ଦେଇଛନ୍ତି।

ଏହି ଘଟଣାରେ ପୋଲିସ ଡିଏନଏ ରିପୋର୍ଟ,ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ବିରୋଧରେ ୧୭ ଦିନରେ ଏହି ଚାର୍ଜସିଟ ଦାଖଲ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଜାମିନୀକାନ୍ତ ମହାନ୍ତି ନାଁରେ ଦଫା ୩୭୬(ଏ),୩୭୬(ଏ.ବି),୩୦୨,ଆଇପିସି ୬ ପୋକ୍ସୋ ଆକ୍ଟ, ଏବଂ ଏସସି ଏସଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ। ଗତ ୧୫ ତାରିଖରେ ଅଭିଯୁକ୍ତ ଜାମିନୀକାନ୍ତ ନାବାଳିକାକୁ ଅପହରଣ କରି ଦୁର୍ଷ୍କମ କରିବା ପରେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Other Stories