ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏ ବର୍ଷ ମୋଟ ୨୬ ହଜାର ୬ ଶହ ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ପାଇଁ ୧୦୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ଆଜିଠାରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟାରେ ଶେଷ ହୋଇଥିଲା।
ଛାତ୍ରଛାତ୍ରୀ ସକାଳ ସାଢ଼େ ୮ଟାରେ ପରୀକ୍ଷା ହଲ୍କୁ ପ୍ରବେଶ କରିଥିଲେ। ଗଣିତ ବିଷୟରେ ଅଧିକ ୧୫ ମିନିଟ୍ ଦିଆଯିବ। ତେବେ ସୁରୁଖୁରୁରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ କରିବାକୁ ବୋର୍ଡ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି।