ବାହାରିଲା ମାଟ୍ରିକ ରେଜଲ୍ଟ

କଟକ: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ଫଳାଫଳକୁ ନେଇ ଆଜି ବୋର୍ଡ଼ ଅଫିସରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ଚଳିତ ବର୍ଷର ମୋଟ ପାସ୍ ହାର ୭୬.୨୩ ପ୍ରତିଶତ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ A1 ଗ୍ରେଡ୍ ପାଇଛନ୍ତି ୧୭୧୫ ପରୀକ୍ଷାର୍ଥୀ। ସେହିପରି A2 ଗ୍ରେଡ୍ ପାଛନ୍ତି ୧୫ ହଜାର ୬୮୯ ପରୀକ୍ଷାର୍ଥୀ, B1 ଗ୍ରେଡ୍ ୩୯ ହଜାର ୨୫୨ ଛାତ୍ରଛାତ୍ରୀ ଓB2 ଗ୍ରେଡ୍ ପାଇଛନ୍ତି ୬୮ ହଜାର ୯ଜଣ ପରୀକ୍ଷାର୍ଥୀ। C ଗ୍ରେଡ୍ ପାଇଛନ୍ତି ୯୭ ହଜାର ୭୪୬ ପରୀକ୍ଷାର୍ଥୀ ଓ D ଗ୍ରେଡ୍ ପାଇଛନ୍ତି ୧ ଲକ୍ଷ ୨୩ ହଜାର ୭୬୩ ପରୀକ୍ଷାର୍ଥୀ।

ଚଳିତବର୍ଷ ମଧ୍ୟ ପୁଅ ମାନଙ୍କ ଠୁ ଝିଅ ମାନେ ଆଗରେ ଥିବାର ଜଣାପଡ଼ିଛି।

ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ www.bseodisha.nic.inରେ ଲଗ୍ ଇନ୍ କରି ଫଳାଫଳ ଦେଖିପାରିବେ। ଏହାବ୍ୟତୀତ ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୧-୨୪୧୨୦୬୦ ଏବଂ ୦୬୭୧-୨୪୧୨୦୫୯କୁ କଲ୍ କରି ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ।

ଯେ କୌଣସି ମୋବାଇଲ୍‌ରେ OR10 SPACE ROLL NUMBER ଲେଖି ୫୬୭୬୭୫୦ ନମ୍ବରକୁ SMS କରି ପରୀକ୍ଷାଫଳ ପାଇପାରିବେ ଛାତ୍ରଛାତ୍ରୀ। ଏବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୬ ଲକ୍ଷ ୮ହଜାର ୬ଶହ ୫୯। ମାର୍ଚ୍ଚ ୨୦ରୁ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାଖାତାର ମୂଲ୍ୟାୟନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଜୁଲାଇ ୨୯ରେ ବାହାରିବ ମାଟ୍ରିକ ରେଜଲ୍ଟ

ଏଇ ମାସରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

You might also like