ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣା: କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା

କେନ୍ଦ୍ରାପଡ଼ା: ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଆଳିରେ  କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା ଆରମ୍ଭ ହୋଇଛି।

ଗତକାଲି ଅପରାହ୍ଣରେ କ୍ରାଇମବ୍ରାଞ୍ଚ ସାଇବର ସେଲର ଦୁଇଜଣିଆ ଟିମ୍ ଆଳିରେ ପହଞ୍ଚି ଆଳିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ତଦନ୍ତ କରିଛି।

ପ୍ରଶ୍ନପତ୍ର ରଖାଯାଉଥିବା ନୋଡାଲ ସେଣ୍ଟରକୁ ଯାଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।

ସୂଚନାଥାଉ କି, ଗତ ୨୩ ତାରିଖରେ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର ପ୍ରାୟ ଘଣ୍ଟାଏ ପରେ ଏହି ବିଷୟର ପ୍ରଶ୍ନପତ୍ର ହ୍ୱାଟ୍ସଆପରେ ଘୁରି ବୁଲିଥିଲା।

ଆହୁରି ପଢ଼ନ୍ତୁ

You might also like