ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ବିଭ୍ରାଟ : ପ୍ରଥମ ଦିନ ପରୀକ୍ଷା ଚାଲୁଥିବା ବେଳେ ହ୍ୱାଟ୍ସଅପ୍‌ରେ ଘୁରି ବୁଲିଲା ପ୍ରଶ୍ନପତ୍ର

କଟକ/ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ବିଭ୍ରାଟ ଦେଖାଦେଇଛି। ଆଜି ମାତୃଭାଷା ବିଷୟରେ ପରୀକ୍ଷା ଚାଲିଥିବା ବେଳେ ହ୍ୱାଟ୍ସଅପ୍‌ରେ ଘୁରି ବୁଲିଥିଲା ପ୍ରଶ୍ନପତ୍ର। କେନ୍ଦ୍ରାପଡ଼ା ଆଳି ବଜାରରୁ ଏହା ଭାଇରାଲ ହୋଇଥିଲା। ଚାହୁଁ ଚାହୁଁ ପ୍ରଶ୍ନପତ୍ର ହ୍ବାଟ୍ସ ଅାପ୍ ମାଧ୍ୟମରେ ସାରା ରାଜ୍ୟରେ ପହଞ୍ଚି ଯାଇଥିଲା। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପିଲାଙ୍କୁ ଦିଆଯାଇଥିବା ପ୍ରଶ୍ନପତ୍ରରେ ହିଁ ପ୍ରଥମ ଦିନର ପରୀକ୍ଷା ସରିଛି । ପ୍ରଶ୍ନପତ୍ର ଭଲ ଥିବା ଛାତ୍ରଛାତ୍ରୀ କହିଛନ୍ତି ।

ସେପଟେ ପରୀକ୍ଷା ସରିବା ପରେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଓ ଅସଲ ପ୍ରଶ୍ନପତ୍ର ସମାନ ଥିବା ଜଣା ପଡିଥିଲା। କପି ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା ସହ କଡ଼ା ଯାଞ୍ଚ ବ୍ୟବସ୍ଥା ହୋଇଛି। ମନ୍ତ୍ରୀ ନିଜେ ବି ଅଚାନକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏସବୁ ସତ୍ତ୍ୱେ ପ୍ରଶ୍ନପତ୍ର କେମିତି ପରୀକ୍ଷା ହଲ୍ ବାହାରକୁ ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ଗଣଶିକ୍ଷା ମନ୍ତ୍ରୀ ଓ ସଚିବ କହିଛନ୍ତି। ପରୀକ୍ଷା ସରିବା ପରେ ହିଁ ପ୍ରଶ୍ନପତ୍ର ପଦାକୁ ଆସିଥିବା ସଚିବ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ ଚାଲିଛି, ଏଥିରେ ସତ୍ୟାସତ ଥିଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବୋର୍ଡ ସଭାପତି।

ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଥମ ଦିନରେ କପି କରି ୭୪ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି। ଅନ୍ୟପକ୍ଷରେ ଆଡ୍‌ମିଟ୍‌କାର୍ଡ ନଥିବାରୁ ମୟୂରଭଞ୍ଜ କପ୍ତିପଦା ବୋଳିପଡ଼ା ସ୍କୁଲର ୧୨ଜଣ ପିଲା ପରୀକ୍ଷା ଦେଇପାରିନାହାନ୍ତି। ଆଡ୍‌ମିଟ୍‌କାର୍ଡ ଆସିଥିଲା, ମାତ୍ର ଛାତ୍ରଛାତ୍ରୀ ଆଡମିଟ୍‌କାର୍ଡ ନେଇ ନଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ଏନେଇ ବିଇଓଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

You might also like