ପୁଣି ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ୱର: ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହେବାପରେ ଆଜି ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। ସକାଳ ୧୦.୫୧ରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାର ସୂଚନା ମିଳିଛି।

୧୦ଟା ୫୧ରେ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ବୋର୍ଡର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଛି ବୋଲି ଜଣାପଡ଼ିଛି। ତେବେ କେଉଁ ଅଞ୍ଚଳରୁ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ତାହା ଏଯାଏଁ ଜଣାପଡ଼ିନି।

You might also like