ହ୍ୱାଟ୍ସ ଆପ୍ରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍!
କେନ୍ଦ୍ରାପଡ଼ା: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ଠିକ୍ ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍ସ ଆପ୍ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ନେଇ ଅଭିଯୋଗ ହେଉଛି। ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। କିଏ ଏହି ପ୍ରଶ୍ନପତ୍ରକୁ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ, ପରୀକ୍ଷା ଆରମ୍ଭରୁ ଏଭଳି ବିଭ୍ରାଟ ସୃଷ୍ଟି ହେବା ଫଳରେ ଛାତ୍ରଛାତ୍ରୀମାନଙ୍କ ଆଗାମୀ ପରୀକ୍ଷାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।