ଭୁବନେଶ୍ୱର: ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ହେବାସହ ୬ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ରହିଛି। ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ। । ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଆନ୍ସର ବୁକ୍ଲେଟ୍ ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀ ୧୫ ମିନିଟ୍‌ ସମୟ ପାଇବେ। ଠିକ୍ ୯ଟାରୁ ପରୀକ୍ଷା ଆରମ୍ଭ ହେବ।

କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯବା ସହ ମାଓ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଓପ୍ରବଣ କୋରାପୁଟ, ମାଲକାନଗିରି, ବଲାଙ୍ଗିର, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ତରରେ ୫୮ଟି ଫ୍ଲାଇ ସ୍କ୍ୱାର୍ଡ ଓ ୩୭ଟି କେନ୍ଦ୍ରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି। ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଗଠିତ ସ୍କ୍ୱାର୍ଡରେ ଅଧ୍ୟାପକମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

ସୂଚନାଥାଉ କି, ସୁରକ୍ଷା ଦୃଷ୍ଟିରୁ କିଛି ପରୀକ୍ଷା କେନ୍ଦ୍ରକୁ ଆଜି ସକାଳେ ହିଁ ପ୍ରଶ୍ନପତ୍ର ପଠାଯିବ।

Other Stories