ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ

ବଲାଙ୍ଗିର : ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ। ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ। ଏନେଇ ସ୍ପଷ୍ଟ କଲେ ପୋଲିସ୍‌ ଡିଜି ଆର୍‌.ପି ଶର୍ମ।।

ରାୟପୁରୁ ପୁଞ୍ଜିଲାଲାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିଛି। ଭଇଁସା କଲେଜ ଅଧ୍ୟକ୍ଷ ପଦବୀ ନେଇ ଷଡ଼ଯନ୍ତ୍ର ରଚିଥିଲେ। ଭଇଁଷା କଲେଜ ଅଧ୍ୟକ୍ଷା ଅଛନ୍ତି ମୃତ ସୌମ୍ୟଶେଖରଙ୍କ ମା।୮ଜଣଙ୍କୁ ମାରାଥନ ଜେରା ପରେ କ୍ରାଇମ୍‌ବ୍ରାଞ୍ଚକୁ ଏହି ବଡ ସଫଳତା ମିଳିଛି।

ଫେବ୍ରୁଆରୀ ୨୩ରୁ ଆଜି ଯାଏଁ, ଦୀର୍ଘ ୬୦ ଦିନରୁ ଅଧିକ ସମୟ ଧରି ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛି ପାଟଣାଗଡ଼ ପାର୍ସଲ ବୋମା ବ୍ଲାଷ୍ଟ ମାମଲା। ଅଧ୍ୟାପକ ପୁଞ୍ଜିଲାଲ୍‌ଙ୍କ ମେହେରପଡ଼ା ସ୍ଥିତ ପୈତୃକ ଘରୁ ବିସ୍ଫୋରକ ଜବତ ହେବା ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଥିଲା। ତେବେ ବିସ୍ଫୋରଣର ଟାର୍ଗେଟ୍ ସ୍ଥଳ ପାଟଣାଗଡ଼ ହୋଇଥିଲେ ବି ରାୟପୁର ଥିଲା ଏଣ୍ଟ୍ରି ପଏଣ୍ଟ। ତେଣୁ ରାୟପୁରରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ତନାଘନା ଚଳାଇଥିଲେ ବୋଲି ଗତକାଲି ଡିଜିପି କହିଥିଲେ।

 

You might also like