ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସତ୍ୟବାନ୍‌ ଅର୍ଥାତ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ପାଳୁଛନ୍ତି ସାବିତ୍ରୀ ବ୍ରତ।

ଏଥିପାଇଁ ସକାଳୁ ସକାଳୁ ମନ୍ଦିର ଗୁଡିକରେ ମହିଳାଙ୍କ ଭିଡ ଦେଖିବାକୁ ମିଳିଛି।  ନୂଆ ଶାଢୀ, ଚୁଡି, ସିନ୍ଦୂର ଓ ଫଳ ମୂଳ ଇତ୍ୟାଦି ଧରି ପୂଜାର୍ଚ୍ଚନା କରୁଛନ୍ତି ମହିଳାମାନେ। ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳକାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।

You might also like