ବର ଓ ବରଯାତ୍ରୀ ମଦ୍ୟପାନ କରିବା ପଡିଲା ମହଙ୍ଗା : ବାହା ହେବାକୁ ମନା କଲେ କନ୍ୟା

ରାଉରକେଲା : ରାଉରକେଲା ସାରନଗରରେ ଅଭାବନୀୟ କାଣ୍ଡ। ଏକ ବାହାଘରରେ ବର ଓ ବରଯାତ୍ରୀ ମଦ୍ୟପାନ କରିବାରୁ ଝାମେଲା। ଶେଷରେ ସେହି ବରକୁ ବାହା ହେବାକୁ ମନା କଲେ କନ୍ୟା।  ଟାଙ୍ଗରପାଲ୍ଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବନ୍ଧମୁଣ୍ଡାର ଶଙ୍କର ପଣ୍ଡା ଗତକାଲି ସାରନଗରକୁ ବାହାହେବା ପାଇଁ ଯାଇଥିଲେ। କିନ୍ତୁ ବର ଓ ବରଯାତ୍ରୀ ମଦ୍ୟପାନ କରି ଆସିଥିବାରୁ ବାହାଘର ପୂର୍ବରୁ ବାନ୍ତି କରିଥିଲେ।

ଏହାପରେ ଭୋଜି ଖାଇବାକୁ ନେଇ ଝଗଡ଼ା ହେବାରୁ ବରପକ୍ଷ ଲୋକେ କନ୍ୟାଙ୍କ ବାପା, ମାଆ ଓ ଭାଇଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଟାଙ୍ଗରପାଲ୍ଲି ଥାନାରେ ଏନେଇ ଅଭିଯୋଗ ହେବା ପରେ କନ୍ୟା ସେହି ବରକୁ ବାହା ହେବାକୁ ମନା କରିଦେଇଥିବା ଜଣାପଡ଼ିଛି।

You might also like