ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ
ଭୁବନେଶ୍ୱର: ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ। ଗତରାତିରେ ମାଓବାଦୀ ମାନେ ବାଲିମାହା ଗାଁ ନିକଟରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଜାଳିଦେଇଥିବା ସୂଚନା ମିଳିଛି।
ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସେଠାରେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। କୁର୍ତ୍ତମଗଡ଼-ଗୁମୁଡୁମାହା ରାସ୍ତା କାମକୁ ବିରୋଧ କରି ଏହି ଲାଲ୍ବାହିନୀ ଏହି ଲଙ୍କାକାଣ୍ଡ କରିଥିବା ସୂଚନା ମିଳିଛି।