ପ୍ରେମ ପାଇଁ ଛାଡ଼ିଲେ ମାଓ ସଂଗଠନ

ଅନୁଗୁଳ: ପ୍ରେମ ପାଇଁ ଛାଡ଼ିଲେ ମାଓ ସଂଗଠନ। ୨ ମାଓବାଦୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ସଂଗଠନ ବିରୋଧ କରିବାରୁ ସେମାନେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଅନୁଗୁଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨ କ୍ୟାଡର ମାଓବାଦୀ ଦୟାନନ୍ଦ ଓ ଜଲି ଦେହୁରୀ । ସେମାନେ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

ସେକ୍ସନ୍ କମାଣ୍ଡର ଥିବା ଦୟାନନ୍ଦ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତେବେ ଜଲି ସହ ପ୍ରେମ ସମ୍ପର୍କ କାରଣରୁ ଦୟାନନ୍ଦକୁ ବିରୋଧ କରାଯିବାରୁ ଉଭୟେ ମାଓ ସଂଗଠନ ଛାଡ଼ିଥିବା ସୂଚନା ମିଳିଛି।

You might also like
Comments
Loading...