ମାଲକାନଗିରିରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରି: ପୋଲାଭରମ୍ ପ୍ରକଳ୍ପ ଓ ଗୁରୁପ୍ରିୟା ସେତୁକୁ ବିରୋଧ କରି ମାଲକାନଗିରିରେ ମାଓବାଦୀଙ୍କ ବନ୍ଦ ଡାକରା। ବନ୍ଦ ପାଳନ ନେଇ ସେମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।

ବନ୍ଦ ପାଳନ ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ମାଲକାନଗିରିରୁ ଅନ୍ୟସବୁ ସ୍ଥାନକୁ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି। ଗାଡି ଚଳାଚଳ ବନ୍ଦ ରହିଥିବାରୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶତାଧିକ ସଂଖ୍ୟାରେ ଯାତ୍ରୀ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି।

ଅନ୍ୟପକ୍ଷରେ, ମାଓବାଦୀଙ୍କ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ମାଓ ପ୍ରବଳ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

You might also like