ମାଲକାନଗିରି ଚିତ୍ରକୋଣ୍ଡାରେ ମାଓ ତାଣ୍ଡବ : ପୁଣି ଏକ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ମାଲକାନଗିରି  : ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓ ତାଣ୍ଡବ । ପୁଣି ଏକ ମୁଣ୍ଡ ଗଡ଼ାଇଲେ ମାଓବାଦୀ । ଅଣ୍ଡ୍ରାପାଲି ଓରାପଦର ଗାଁରେ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ , ମାଓବାଦୀମାନେ ରାତିରେ ଘରୁ ଟେକିନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପାଖାପାଖି ୨୦ଜଣ  ମାଓବାଦୀ ସୋମବାର ରାତିରେ ଆସି ହତ୍ୟା କରିଥିବା ଜଣାପଡିଛି । ମାଓବାଦୀମାନେ ରବିବାର ଦିନ ସେହି ଗାଁର ଆଉ ଜଣଙ୍କୁ ମଧ୍ୟ ଅପହରଣ କରିଥିବା ଜଣାପଡିଛି । ତେବେ ଅପହରଣ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ ।

 

You might also like