ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ
ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦୋର୍ନାପାଲିରେ ମାଓବାଦୀ ୨ଟି ଯାତ୍ରିବାହୀ ବସ୍ ସହ ୩ଟି ଟ୍ରକକୁ ଜାଳି ଦେଇଛନ୍ତି।
ଗତକାଲି ରାତିରେ ଗୋଟିଏ ବସ୍ ମାଲକାନଗିରିରୁ ହାଇଦ୍ରାବାଦ ଏବଂ ଅନ୍ୟଟି ଜଗଦଳପୁରରୁ ହାଇଦ୍ରାବାଦ ଯାଉଥିଲା। ଦୋର୍ନାପାଲୀ ନିକଟରେ ମାଓବାଦୀମାନେ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ନିଆଁ ଲଗାଇ ଦେଇଥିଲେ। ପରେପରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ତିନିଟି ଟ୍ରକକୁ ମଧ୍ୟ ମାଓବାଦୀମାନେ ନିଆଁ ଲଗାଇଦେଇଥିଲେ।
ତେବେ ଘଟଣା ସ୍ଥଳରୁ ମୁହଁ ହାତ ଗୋଡ ବନ୍ଧା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ମୃତଦେହଟି କାହାର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି।