ପୁଲିସ୍‌ ଓ ସିଆରପିଏଫ୍‌ ବିରୋଧରେ ମାଓବାଦୀ ପୋଷ୍ଟର

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଓ ରାଜୁଲୁଗୁଡ଼ା ଗାଁରେ ମାଓବାଦୀ ପୋଷ୍ଟର୍‌ ଦେଖିବାକୁ ମିଳିଛି। ବି.ଡି.ଏନ୍‌ ଡିଭିଜନାଲ କମିଟି ଓ ସିପିଆଇ ମାଓବାଦୀଙ୍କ ନାଁରେ ଏହି ପୋଷ୍ଟର ଲଗାଯାଇଛି।

ପୋଷ୍ଟର ରାଜୁଲୁଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଏକ ଗଛରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେହିପରି ଭୂର୍ଷୀଖୁମା ଗାଁ ଛକରେ ପୋଷ୍ଟର ଲଗାଯାଇଛି।
ପୋଷ୍ଟରରେ ପୁଲିସ୍‌ ଓ ସିଆର୍‌ପିଏଫ୍‌ଙ୍କୁ ବିରୋଧ କରାଯାଇଛି।

ଏଥିସହ ଏଥିରେ ଉଲ୍ଲେଖ ରହିଛି, “ମାଓବାଦୀମାନେ ଆଦିବାସୀ, ଗରିବ ଲୋକଙ୍କ ମୁକ୍ତି ଓ ଅଧିକାର ପାଇଁ ଲଢ଼ୁଛନ୍ତି। ପୁଲିସ୍‌ ଡଙ୍ଗରିଆ ହରିଜନ ପିଲାଙ୍କୁ ମୋବାଇଲ ଦେଇ ଟଙ୍କାର ପ୍ରଲୋଭନ ଦେଖାଇ ଦଲାଲ ବନାଉଛି। ଫଳରେ ଆମ ଭିତରେ ହଣାକଟା କରାଉଛି। ମାଓବାଦୀମାନେ ନିରୀହ ଅଦିବାସୀମାନଙ୍କୁ ମାରନ୍ତି ନାହିଁ, ଦଲାଲ୍ ମାନଙ୍କୁ ଦଣ୍ଡ ଦିଅନ୍ତି।”

ନିୟମଗିରି ଆନ୍ଦୋଳନକୁ ଦୁର୍ବଳ ଓ ଭାଗ ଭାଗ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି।

 

 

You might also like