ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର! ରାଜୀବ ଗାନ୍ଧି ଶୈଳୀରେ ହତ୍ୟା କରିବାକୁ ଏକ ବଡ଼ ଯୋଜନା ଚାଲିଥିବା ନେଇ ପୁଣେ ପୋଲିସ୍‌ ହାତରେ ଏକ ବଡ଼ ସୁରାକ୍‌ ଲାଗିଛି। ଯାହାକୁ ନେଇ ଖୁଲାସା ହୋଇଛି।

ଏ ସମ୍ପର୍କିତ ଏକ ଚିଠିକୁ ପୁଣେ ପୋଲିସ ଉଦ୍ଧାର କରିଛି।

ଗତ ଜାନୁଆରୀରେ ହୋଇଥିବା ଭୀମା-କୋରେଗାଓଁ ବିସ୍ଫୋରଣ ଘଟଣାରେ ଛାନ୍‌ଭିନ୍‌  ନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଣେ ପୋଲିସ।  ଗିରଫ ମଧ୍ୟରେ ଜଣେ ଅଭିଯୁକ୍ତଙ୍କ ଘରୁ ଏହି ଚିଠିଟି ଉଦ୍ଧାର ହୋଇଛି। ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ନେଇ ଉଲ୍ଲେଖ ରହିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଯେଉଁ ଶୈଳୀରେ ହତ୍ୟା କରାଯାଇଥିଲା ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ମହାରାଷ୍ଟ୍ରର ପୁଣେ ପୋଲିସ ଖୁଲାସା କରିଛି।  ଗତ ବୁଧବାର ଦିନ କୋରେଗାଓଁ ବିସ୍ଫୋରଣ ମାମଲାରେ ୱିଲସନ୍‌ ନାମକ ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା। ୱିଲସନ୍‌ର ଦିଲ୍ଲୀ ଫ୍ଲାଟ୍‌ରୁ ଏହି ଚିଠି ମିଳିଥିବା ସୂଚନା ମିଳିଛି।

ସୌଜନ୍ୟ: ANI

ଚିଠିରେ କୁହାଯାଇଛି ଯେ, ଦେଶର ୧୫ଟି ରାଜ୍ୟରେ ବିଜେପି ଶାସନ କରିବାରେ ସଫଳ ହୋଇଛି। ଯଦି ଏହି ସ୍ଥିତି ରୁହେ ସବୁ ଦଳ ପାଇଁ ସମସ୍ୟା ସୃଷ୍ଟି ହେବ।  କିଛି ସିନିୟର କମ୍ରେଡ ମୋଦି ଜୀଙ୍କ ସାମ୍ରାଜ୍ୟ ଶେଷ କରିବାକୁ ଏହି ଯୋଜନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ଭଳି ବିଚାର କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମାଓବାଦୀ।

You might also like